
ଭଦ୍ରକ: ଆଜି ଭଦ୍ରକରେ ଘଟିଥିବା ଏକ ଅଗ୍ନିକାଣ୍ଡରେ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (ଓଏସଏପି)ର ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯବାନମାନେ ବାରିପଦା ଓଏସଏପି ୫ ବାଟାଲିୟନର ବୋଲି ଜଣାଯାଇଛି | ସେମାନେ ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିଲେ।
ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ତିନି ଜଣ ଯବାନ ରାତିରେ ଶୋଇବା ପୂର୍ବରୁ ମଶାବତୀ ଲଗାଇଥିଲେ। ସେହି ନିଆଁ ମଶାରିରେ ଲାଗିଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
The post ନିଆଁରେ ପୋଡ଼ି ହୋଇ ଓଏସଏପିର ତିନି ଯବାନ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3591Vey
0 Comments