ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ମେନ୍ ରୋଡ଼ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏଟିଏମକୁ ଭାଙ୍ଗି ଲୁଟ୍ କରିବାର ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ତେବେ ଲୁଟେରାମାନେ ଏଥିରେ ସଫଳ ହୋଇ ପାରିନଥିବା ଜଣାପଡ଼ିଛି। ଏଟିଏମ୍ କଭରକୁ ଭାଙ୍ଗିଥିଲେ ମଧ୍ୟ ଟଙ୍କା ନେଇ ପାରିନାହାନ୍ତି।

ତେବେ ସିସି କ୍ୟାମେରାକୁ ଭାଙ୍ଗିବା ସହ ଲାଇଟ୍ ଏବଂ ସିଲିଂ ଭାଙ୍ଗିଛନ୍ତି ଲୁଟେରା। ଏଥିସହ ଏସି ଖଂଜା ହୋଇଥିବା କଠୋରୀ ଭିତରକୁ ପଶିଥିଲେ ମଧ୍ୟ କିଛି କ୍ଷତି କରିନାହାନ୍ତି। ଖବର ପାଇ ଜୟପୁରରୁ ଏଟିଏମ୍ ସଂଯୋଜକ ସନ୍ତୋଷ କୁମାର ହୋତା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଲୁଟେରାମାନେ ଲୁଟ୍ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା ଶ୍ରୀ ହୋତା ପ୍ରକାଶ କରିଛନ୍ତି।

The post ବୈପାରିଗୁଡ଼ା: ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ first appeared on Sambad.



from ଜିଲ୍ଲା – Sambad https://ift.tt/3py2PJO