
ପୁରୀ : ରବିବାର ପବିତ୍ର ଗୋଷ୍ଠାଷ୍ଟମୀରେ ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗଦ୍ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଜି ଗୋବର୍ଦ୍ଧନ ପୀଠ ପରିସରରେ ଥିବା ଗୋଶାଳାରେ ଗୋମାତାଙ୍କୁ ପୂଜା କରିବା ସହ ଗୁଡ଼, ଘାସ ଆଦି ଖୁଆଇଛନ୍ତି। ପରେ ମଠ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ଜଗଦ୍ଗୁରୁ ଶଙ୍କରଚାର୍ଯ୍ୟ ଗୋମାତାଙ୍କ ସୁରକ୍ଷା ଉପରେ ଭକ୍ତବୃନ୍ଦଙ୍କୁ ବାର୍ତ୍ତା ଦେଇଥିଲେ। ହିନ୍ଦୁଧର୍ମର ପ୍ରମୁଖ ଅଙ୍ଗ ଗୋମାତା ହୋଇଥିବାବେଳେ ଗୋମାତାଙ୍କୁ ସମ୍ମାନ ଦେବାକୁ ମତ ରଖିଥିଲେ। ଗୋ-ସେବାଠାରୁ ପରମ ସେବା ଅନ୍ୟ କିଛି ନଥିବାବେଳେ ଏଥିରୁ ମିଳୁଥିବା ଶାନ୍ତି ଅନ୍ୟ କେଉଁଥିରୁ ମିଳେନାହିଁ ବୋଲି ଜଗଦ୍ଗୁରୁ କହିଛନ୍ତି।
The post ଗୋଷ୍ଠାଷ୍ଟମୀରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋପୂଜନ first appeared on Sambad.
from ଜିଲ୍ଲା – Sambad https://ift.tt/2KovVLk
0 Comments