
ଯାଜପୁର: ବୁଧବାର ରାତିରେ ମଙ୍ଗଳପୁର ଥାନା ଅଞ୍ଚଳ କସପା ଗ୍ରାମପଞ୍ଚାୟତ ଅନ୍ତର୍ଗତ କମଲପୁର ଗ୍ରାମରେ ଜନୈକା ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ସ୍ଥାନୀୟ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏହି ୧୪ ବର୍ଷୀୟ ଛାତ୍ରୀଜଣଙ୍କ ତାଙ୍କ ଶୋଇବା ଘର ସିଲିଂ ଫ୍ୟାନ୍ରେ ଫାଶୀ ଲଗାଇ ଜୀବନ ହାରିଥିବା କଥା ଆଜି ସକାଳେ ପରିବାର ଲୋକମାନେ ଦେଖିଥିଲେ।
ତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ଖବର ପାଇ ମଙ୍ଗଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
The post ପଙ୍ଖାରେ ଫାଶୀ ଲଗାଇ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/3nYWAgg
0 Comments