
ଧାମରା : ଧାନବିଲରୁ ପାଣି କାଟିବାକୁ ନେଇ ଭଦ୍ରକ ଚାନ୍ଦବାଲି ବ୍ଲକ୍ ଧାମରା ନିକଟସ୍ଥ କରଣପଲ୍ଲୀ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ପୁତୁରା କୋଦାଳରେ ହାଣି ଦାଦାଙ୍କୁ ହତ୍ୟା କରିଛି। ଏହି ଘଟଣାରେ ହତ୍ୟାକାରୀ ପୁତୁରା ସହ ଅନ୍ୟ ୩ ଜଣଙ୍କୁ ପୁଲିସ ଗିରଫ କରିଛି।
କରଣପଲ୍ଲୀ ଗ୍ରାମର ରାଧାଶ୍ୟାମ ମାଇତି ଓରଫ ଗଣ୍ଡି (୩୫)ଙ୍କ ଧାନବିଲରେ ଅତ୍ୟଧିକ ପାଣି ଜମିଥିବାରୁ ଗତକାଲି ଅପରାହ୍ଣରେ ସେ ବିଲରୁ ପାଣି କାଟିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ତାଙ୍କ ସମ୍ପର୍କୀୟ ପୁତୁରା ବାଙ୍ଗରା ମାଇତି ନିଜ ଜମି ପାଖକୁ ଆସିଥିଲେ। ସେଠାରେ ଦାଦା ରାଧାଶ୍ୟାମ କୋଦାଳ ଧରି ଠିଆ ହୋଇଥିବାବେଳେ କାହିଁକି ପାଣିକୁ ତାଙ୍କ ଧାନବିଲକୁ କାଟିଲ ବୋଲି ପଚାରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ଉଚ୍ଚବାଚ ହୋଇଥିଲା। ଏଥିରେ ବାଙ୍ଗରା ଉତ୍ତ୍ୟକ୍ତ ହୋଇ ରାଧାଶ୍ୟାମ ଧରିଥିବା କୋଦାଳକୁ ଛଡାଇ ଆଣି ତାଙ୍କ ମୁଣ୍ତକୁ ହାଣି ପକାଇଥିଲା। ଫଳରେ, ତାଙ୍କର ମୃତ୍ୟୁ ହୋଇଥିଲା।
The post ଧାମରା : ଧାନବିଲରୁ ପାଣି କାଟିବାକୁ ନେଇ ହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/32KROuX
0 Comments