ଓଡ଼ପଡ଼ା: ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ୫୫ନମ୍ବର ଜାତୀୟ ରାଜପଥ ଗଉଡ଼ କାଟେଣି ଛକ ନିକଟରେ ଆଜି ଏକ ଟ୍ରକ୍ ଜଣେ ବାଇକ ଚାଳକଙ୍କୁ ଚାପି ଦେଇଛି। ଘଟଣାସ୍ଥଳରେ ପୁରୀ ଜିଲ୍ଲାର ଜଗନ୍ନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ଜଗନ୍ନାଥ ଜଣେ ଖେଳ ଶିକ୍ଷକ ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜଗନ୍ନାଥ ତାଳଚେର ଅଂଚଳର ଏକ ଡିଏଭି ସ୍କୁଲରେ ଶିକ୍ଷକ ଥିଲେ। ବାଇକ ଯୋଗେ ସେ ତାଳଚେରରୁ ଢେଙ୍କାନାଳ ଆଡ଼କୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା। ଟ୍ରକର ଆଗ ଚକ ତଳେ ହିଁ ଜଗନ୍ନାଥଙ୍କ ଜୀବନ ଯାଇଛି।

The post ଓଡ଼ପଡ଼ା: ଟ୍ରକ୍ ଚକ ତଳେ ଶିକ୍ଷକଙ୍କ ଜୀବନ ଗଲା first appeared on Sambad.



from ଜିଲ୍ଲା – Sambad https://ift.tt/2IM266Z