ଢେଙ୍କାନାଳ: ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଅନୁଷ୍ଠିତ ହେଉଛି। ନଡ଼ିଆ ବାଡେଇ ଭସାଣିର ଶୁଭାରମ୍ଭ କଲେ ଜିଲ୍ଲାପାଳ। ଦୀର୍ଘ ଏଗାର ଦିନ ଧରି ମାଆ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯାଉଛି। ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ନିରାଡମ୍ବରରେ ମାଆଙ୍କୁ ବିଦାୟ ଦିଆଯାଉଛି। କୌଣସି ଭସାଣି ଉତ୍ସବ ଅନୁଷ୍ଠିତ ହେବ ନାହିଁ। କେବଳ ବିଧି ରକ୍ଷା ପାଇଁ ମାଆଙ୍କର ଭସାଣି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ମେଢରେ ସାତ ଜଣ କର୍ମକର୍ତ୍ତା ଉପସ୍ଥିତ ରହିଥିବା ଜଣାଯାଇଛି।

ଆଜି ୩୭ ଗୋଟି ପୂଜା ମଣ୍ଡପରେ ଭସାଣି କରାଯାଉଛି। ଏହି ଭସାଣି ସମୟରେ ମାଇକ୍ ବା ଲାଇଟ ବ୍ୟବହାରକୁ ବାରଣ କରାଯାଇଛି। କାଠଶଙ୍ଖ ସମେତ ସହରର ବିଭିନ୍ନ ସ୍ଥାନରେ ପୌର ପରିଷଦ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଭସାଣି ଉତ୍ସବ ଦିନ ୧୧ଟା ସୁଦ୍ଧା ସମାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

The post ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି first appeared on Sambad.



from ଜିଲ୍ଲା – Sambad https://ift.tt/3ka5MMz