କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ମାଳପୁରା ଶବର ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କୂଅରେ ପଡ଼ିଯିବାରୁ ଅଶୋକ ନାୟକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ତ‌ାଙ୍କ ବୟସ ୩୨ ବର୍ଷ। ଅଶୋକ ଗତକାଲି ସଂଧ୍ୟାରୁ ନିଖୋଜ ଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରି ପାଇନଥିବା ବେଳେ ଆଜି ସକାଳେ ବାଡି ପଛ ପଟ କୂଅରେ ଅଶୋକଙ୍କ ମୃତଦେହ ଭାସୁଥିବା ଦେଖିିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଛି । କାମାକ୍ଷାନଗର ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post କାମାକ୍ଷାନଗର: କୂଅରେ ପଡ଼ି ଯୁବକ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3eHsla8