
ପୁରୀ : ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରୁ ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣାରେ ଆଜି ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି। ଦୋଷୀ ସେବାୟତଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଚ ପକ୍ଷରୁ ଦାବି ହୋଇଛି।
ଗତକାଲି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରୁ ସୂର୍ଯ୍ୟ, ଚନ୍ଦ୍ର ଗାଏବ ସମ୍ପର୍କରେ ଖବର ଜଣାପଡ଼ିଥିଲା। ଜଣେ ତଳିଆ କର୍ମଚାରୀ ଏହାକୁ ଶ୍ରୀମନ୍ଦିରରୁ ନେଇ ଯିବା ସମୟରେ ଗଣମାଧ୍ୟମ ଆଗରେ ଧରା ପଡ଼ିଥିଲେ। ଏହି ଘଟଣାର ଖୋଳତାଡ଼ ପରେ ପରିଚାଳନା କମିଟିର ଜଣେ ବରିଷ୍ଠ ସେବାୟତ ଏହି ବେଶ ଶ୍ରୀମନ୍ଦିରର ଜଣେ ପ୍ରଶାସନିକ ଅଧିକାରୀଙ୍କ ସହମତିରେ ଘରକୁ ନେଉଥିବା ସମ୍ପୃକ୍ତ ତଳିଆ କର୍ମଚାରୀ ଜଣକ ପ୍ରକାଶ କରିଥିଲେ। ଏହି ଘଟଣାରେ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ମନ୍ଦିର କମାଣ୍ଡରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚେତନ ନାଗରିକ ମଞ୍ଚର ଉପସଭାପତି ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଅନ୍ୟମାନେ ଏ ନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି। ଯେଉଁମାନଙ୍କ ଅବହେଳା ପାଇଁ ଏହି ଘଟଣା ଘଟିଲା, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
The post ନାଗାର୍ଜୁନ ବେଶରୁ ସୂର୍ଯ୍ୟ, ଚନ୍ଦ୍ର ନେବା ଘଟଣା : ସିଂହଦ୍ବାର ଥାନାରେ ଅଭିଯୋଗ first appeared on Sambad.
from ଜିଲ୍ଲା – Sambad https://ift.tt/2Veq0uq
0 Comments