ବାଲେଶ୍ୱର: ଖଇରା ବ୍ଲକ୍‌ ଅନ୍ତର୍ଗତ ନୟାଖଣ୍ଡି ନିକଟ ସାଳନ୍ଦୀ ଆମ୍ବହୋତା କେନାଲର ବାମ ପାର୍ଶ୍ୱରେ ଥିବା ଧାନକ୍ଷେତରେ ଜଣେ ଅଜ୍ଞାତବ୍ୟକ୍ତି ମରି ପଡ଼ିଥିବା ଦେଖାଯାଇଛି।

କୌଣସି ଧାରୁଆ ଅସ୍ତ୍ରରେ ତଣ୍ଟି କଟାଯାଇ ସେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାପଡୁଛି। ହତ୍ୟା କରାଯିବା ପରେ ସେ ବ୍ୟକ୍ତିଙ୍କ ଶବକୁ ପ୍ରାୟ ୩୦ ଫୁଟ୍‌ ତଳେ ଥିବା ଧାନକ୍ଷେତ୍ରରେ ଫିଙ୍ଗି ଦିଆଯାଇଛି। ଘଟଣାସ୍ଥଳରେ ମୃତବ୍ୟକ୍ତିଙ୍କ ସାଇକେଲ୍‌ ଓ ଜୋତା ପଡ଼ିଛି।

ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

The post ଅଚିହ୍ନା ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/39hEgLl