
ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡୀ ହାତୀଙ୍କ ଏକ ଦଳ ଗତ ଶନିବାର ଦିନ ପଶ୍ଚିମବଙ୍ଗ ଅଞ୍ଚଳକୁ ବାହୁଡ଼ି ଯାଇଛନ୍ତି। ତେବେ ଏହି ଦଳର ଏକ ଦନ୍ତା ହାତୀର ଭଙ୍ଗାଦାନ୍ତ ଉଦ୍ଧାର କରିଛି ବନବିଭାଗ। ସୂଚନାଯୋଗ୍ୟ, ମୋରଡ଼ା-ବାଘଡ଼ା ମୁଖ୍ୟ ରାସ୍ତାର ଭାତଛତର ଜଙ୍ଗଲ ପାଖରେ ଉକ୍ତ ଦନ୍ତାଟି ରାସ୍ତା ଉପରେ ଦାନ୍ତ ଘସୁଥିବା ସମୟରେ ହଠାତ୍ ଦାନ୍ତର ଅଗ୍ରଭାଗଟି ଭାଙ୍ଗି ଯାଇଥିଲା। ହାତୀ ଘାଉଡାଇବା କାର୍ଯ୍ୟରେ ନିୟୋଜିତ ଥିବା ବନକର୍ମଚାରୀ ଭଙ୍ଗା ଦାନ୍ତଟି ଜବତ କରିଥିଲେ। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ବୋଲି କହିଛନ୍ତି ରାସଗୋବିନ୍ଦପୁର ରେଞ୍ଜ ଅଧିକାରୀ ପ୍ରଶାନ୍ତ ବେହେରା। ଦାନ୍ତଟି ଦୁଇଖଣ୍ଡ ହୋଇଥିବା ବେଳେ ଗୋଟିଏ ଖଣ୍ଡର ଓଜନ ୧୮୫ ଗ୍ରାମ ଏବଂ ଅନ୍ୟ ଖଣ୍ଡଟିର ଓଜନ ୧୮ ଗ୍ରାମ ବୋଲି କହିଛି ବନବିଭାଗ।
The post ଦନ୍ତାହାତୀର ଦାନ୍ତ ଭାଙ୍ଗିଲା first appeared on Sambad.
from ଜିଲ୍ଲା – Sambad https://ift.tt/3mpR99S
0 Comments