
କଟକ: ଧନତେରାସ୍ ପାଇଁ ସୁନାଗହଣା, ରୁପା, ଚାନ୍ଦି ସାମଗ୍ରୀ ସହିତ ବାସନକୁସନ କିଣିବାର ପରଂପରା ବି ରହିଛି। ଗତବର୍ଷ ଚାନ୍ଦି କିଲୋ ୪୫ ହଜାର ଟଙ୍କା ରହିଥିବାବେଳେ ଚଳିତବର୍ଷ ଏହାର ଦର ବୃଦ୍ଧି ପାଇ କିଲୋ ୫୮ହଜାର ଟଙ୍କା ରହିଛି। ସେହିଭଳି ପୂର୍ବରୁ ଦୋକାନୀ ମାନେ ଏହି ତିନି ଦିନରେ ୬ ରୁ ୮ ଲକ୍ଷ ବେପାର କରୁଥିବା ବେଳେ ଚଳିତବର୍ଷ କିନ୍ତୁ କିଛିଟା ଚିନ୍ତାରେ ଅଛନ୍ତି।

ବୀମା ସୁବିଧା ସହ ଗଢା ମଜୁରିରେ ରିହାତି
ଦିନକ ପରେ ଧନତେରାସ୍। ଧନ ତ୍ରୟୋଦଶି। ଧାତୁ, ସୁନାଗହଣା, ଇଲକ୍ଟ୍ରୋନିକ୍ସ ସାମଗ୍ରୀ କିଣି ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ ବିଶ୍ବାସ ରହି ଆସିଥିବା ବେଳେ କରୋନା କାଳ ଏବେ ଏ କ୍ଷେତ୍ରରେ ବାଧକ ସାଜିଛି। ସେଥିରେ ପୁଣି ସୁନା ଦର ଆକାଶଛୁଆଁ। କିନ୍ତୁ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୦ ପ୍ରତିଶତ ଆରୋଗ୍ୟ ହେଉଥିବା ଖବର ପ୍ରସାରଣ ସହ ସୋମବାର ସନ୍ଧ୍ୟାରୁ ହଠାତ୍ ସୁନା ଦରରେ ହ୍ରାସ ଘଟିଥିବା ସୂଚନା ମିଳିଛି। ଏହା ସହିତ ତାଳ ଦେଇ ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଲୋଭନୀୟ ଅଫର ଘୋଷଣା କରୁଛନ୍ତି।
The post ଧନତେରାସର ଜୋରଦାର ପ୍ରସ୍ତୁତି; ହ୍ରାସ ପାଇବ ସୁନା ଦର ! first appeared on Sambad.
from ଜିଲ୍ଲା – Sambad https://ift.tt/3ngGz5d
0 Comments