
ଭଦ୍ରକ: ଜଣେ ମାନସିକ ବିକୃତ ମହିଳା(ପାଗଳୀ)ଙ୍କୁ ଅସଦାଚରଣ କରି ଜନୈକ ବ୍ୟାଙ୍କ କର୍ମଚାରୀ ହଟହଟା ହୋଇଥିବାର ଖବର ମିଳିଛି। ଆଜି ଭୋର ସମୟରେ ଧାମରା ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ଦୀର୍ଘ ଦିନ ଧରି ଧାମରାରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଅସଦାଚରଣ କରୁଥିବାର ଗ୍ରାମର କିଛି ଲୋକଙ୍କ ନଜରକୁ ଆସିଥିଲା।
ଲୋକମାନେ ଉକ୍ତ କର୍ମଚାରୀଙ୍କୁ ଅଟକ ରଖି ତୁରନ୍ତ ଧାମରା ଥାନାକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଥାନାକୁ ନେଇ ପଚାରଉଚରା କରୁଥିବା ଜଣାଯାଇଛି।
The post ମାନସିକ ବିକୃତ ମହିଳାଙ୍କୁ ଅସଦାଚରଣ କରି ଥାନାରେ ବ୍ୟାଙ୍କ କର୍ମଚାରୀ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/379AKjz
0 Comments