
କାଲିମେଳା: ଗତ ଦୁଇ ଦିନ ହେଲା ପୋଟେରୁ ନଦୀରେ ନିଖୋଜ ଥିବା ଜଣେ କଲେଜ ଛାତ୍ରଙ୍କର ଶବ ଆଜି ସକାଳୁ ନାମକଣ୍ଡା ଗ୍ରାମ ନିକଟରୁ ଉଦ୍ଧାର କରାଯାଇଥିବା ଜଣା ପଡ଼ିଛି। ଶବଟି ଭେଙ୍କଟପାଲମ ଠାରୁ ଭାସି ଭାସି ଆଜି ସକାଳେ ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିଲା। ଶବଟିକୁ ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧର କରିଥିଲେ। ଏଥିରେ ନାମକଣ୍ଡା ଗ୍ରାମବାସୀ ସାହାଯ୍ୟ କରିଥିଲେ।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ କାଲିମେଳାର ରାକେଶ ମଣ୍ଡଳ ନାମକ ଜଣେ ଯୁବକ ନିଜ ସାଙ୍ଗମାନଙ୍କ ସହିତ ଭେଙ୍କଟପାଲମ ଗ୍ରାମ ନିକଟରେ ଥିବା ପୋଟେରୁ ନଦୀ କୂଳକୁ ବନ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ସାଙ୍ଗମାନେ ଘରକୁ ଫେରି ଆସିଥିଲେ ମଧ୍ୟ ରାକେଶ ଘରକୁ ଫେରି ନ ଥିଲେ।
The post କାଲିମେଳା: ଦୁଇ ଦିନ ହେଲା ନିଖୋଜ ଥିବା କଲେଜ ଛାତ୍ରଙ୍କର ଶବ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/2JmbbTS
0 Comments