
ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଆରୁହାବାଡ଼ ପଞ୍ଚାୟତ ଅନ୍ତର୍ଗତ ରୂପଖଣ୍ଡ ଗ୍ରାମ ନିକଟରେ ସମୁଦ୍ରରୁ ଏକ କୁମ୍ଭୀର ଉଦ୍ଧାର ହୋଇଛି। ସୂଚନା ମୁତାବକ ଆଜି ଭୋର ସମୟରେ ଆରୁହାବାଡ଼ ଗ୍ରାମର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନେ ବିଛାଇଥିବା ଜାଲରେ କୁମ୍ଭୀରକୁ ଛନ୍ଦି ହୋଇଯାଇଥିବାର ଦେଖିଥିଲେ।
ତେବେ କୁମ୍ଭୀରଟି ବଞ୍ଚିଥିବାରୁ ମତ୍ସ୍ୟଜୀବୀମାନେ ତାକୁ କୌଶଳ କ୍ରମେ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିବାର ସୂଚନା ମିଳିଛି। ମତ୍ସ୍ୟଜୀବୀମାନେ କୁମ୍ଭୀରକୁ ଆରୁହାବାଡ଼ ବଜାରରେ ଆଣି ରଖିଥିବାର ଜଣାପଡ଼ିଛି।
The post ବାହାନଗା: ମାଛ ଜାଲରେ ପଡ଼ିଲା କୁମ୍ଭୀର first appeared on Sambad.
from ଜିଲ୍ଲା – Sambad https://ift.tt/2UuR34n
0 Comments