ବଣାଇଗଡ଼ : ସରକାର ଚଳିତ ବର୍ଷ ଦୀପାବଳି ଅବସରରେ କରୋନାର ମୁକାବିଲା କରିବା ପାଇଁ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ତେବେ କିଛି ବାଣ ବ୍ୟବସାୟୀ ଚୋରାରେ ବାଣ ଆଣି ବିକ୍ରି ପାଇଁ ଘରେ ମହଜୁଦ ରଖିଥିବା ଖବର ପାଇ ବଣାଇ ଉପଖଣ୍ଡ ପୁଲିସ୍ ଅଧିକାରୀ ସୌରଭ ଓତା ଲହୁଣିପଡ଼ା ଥାନାର ଟକରା ଗ୍ରାମରେ ବିଳମ୍ବିତ ରାତିରେ ଚଢ଼ଉ କରିଥିଲେ l

ଗ୍ରାମର ମହମ୍ମଦ ଆକବରଙ୍କ ଘରେ ଗଚ୍ଛିତ ରଖା ଯାଇଥିବା ଅଢେଇ ଲକ୍ଷ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରିଥିଲେ। ଏହା ସହିତ ଏହି ଘଟଣାରେ ମହମ୍ମଦ ଆକବର ଓ ରାଜେଶ ସାହୁ ନାମକ ଦୁଇଜଣ ବେପାରୀଙ୍କୁ ଗିରଫ କରିଥିଲା ପୁଲିସ୍। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛିl ଏହି ଚଢଉରେ ଲହୁଣିପଡ଼ା ଥାନାର ଏଏସଆଇ ତପନ ପରିଡା ବି ସାମିଲ ହୋଇଥିଲେ।

The post ବଣାଇଗଡ଼: ଅଢେଇ ଲକ୍ଷ ଟଙ୍କାର ବାଣ ଜବତ, ଦୁଇ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3nqfegN