ବାରିପଦା: ମାନସିକ ଚାପରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ୩୦ ବର୍ଷିୟ ଯୁବକ ମଦନ ସିଂହ ଗତକାଲି ବିଳମ୍ବିତ ରାତ୍ରିରେ ପିନ୍ଧିଥିବା ଲୁଙ୍ଗି ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି।

ମଦନ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଗତକାଲି କାଳୀପୂଜା ଥିବାରୁ ସାଙ୍ଗମାନଙ୍କ ସହିତ ମଉଜ ମଜଲିସ କରି ଘରକୁ ଫେରିଥିଲେ। ତା’ଙ୍କ ସ୍ତ୍ରୀ କିଛିଦିନ ପୂର୍ବରୁ ପାରିବାରିକ କଳହକୁ ନେଇ ବାପ ଘରେ ରହୁଥିବାରୁ ମଦନ ମାନସିକ ଚାପରେ ରହୁଥିବାର ପରିବାର ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଛି ।

The post ମାନସିକ ଚାପରୁ ଟ୍ରାକ୍ଟର ଡ୍ରାଇଭରଙ୍କ ଆତ୍ମହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/2IDm1oH