କାଲିମେଳା: କାଲିମେଳା ବ୍ଲକର ଭେଙ୍କଟପାଲମ ଗ୍ରାମ ନିକଟରେ ଥିବା ପୋଟେରୁ ନଦୀରେ ଭାସି ଯାଇ କାଲିଠାରୁ ନିଖୋଜ ହୋଇଯାଇଛନ୍ତି ଜଣେ ଛାତ୍ର। ଗତକାଲି ସାଙ୍ଗମାନଙ୍କ ସହିତ ନଦୀ କୂଳକୁ ଭୋଜି କରିବାକୁ ଯାଇଥିଲେ କାଲିମେଳା ଅଂଚଳର କିଛି ଛାତ୍ର। ସେମାନଙ୍କ ସହିତ ରାଜେଶ ମଣ୍ଡଳଙ୍କ ପୁଅ ରାକେଶ ବି ଥିଲେ।

ତେବେ ଭୋଜି ସରିବା ପରେ ଘରକୁ ସମସ୍ତେ ଫେରି ଆସିଥିଲେ ମଧ୍ୟ ରାକେଶ ଆଉ ଘରକୁ ଫେରିନଥିଲେ। ରାକେଶଙ୍କୁ ନଦୀ ପହଁରା ଜଣା ନ ଥିବାରୁ ନଦୀରେ ଭାସି ଯାଇଥିବାର ଅନୁମାନ କରାଯାଉଛି। ଗତ କାଲିଠାରୁ ଅଗ୍ନିଶମ ବିଭଗ ନଦୀରେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ରାକେଶ ର ପତ୍ତା ମିଳି ପାରି ନାହିଁ। ବର୍ତ୍ତମାନ ସୁଧା ଖୋଜା ଖୋଜି ଜାରି ରହିଛି। ସେପଟେ ଗୋଟେ ବୋଲି ପୁଅର ନିଖୋଜ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

The post ପୋଟେରୁ ନଦୀରେ ଭାସିଗଲେ ଛାତ୍ର, ମିଳୁନି ପତ୍ତା first appeared on Sambad.



from ଜିଲ୍ଲା – Sambad https://ift.tt/3q2HpEH