ଅନୁଗୁଳ: ଜିଲ୍ଲାର ବଇଣ୍ଡା ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ ଘରେ ଭିଜିଲାନ୍‌ସ ବିଭାଗ ଚଢ଼ାଉ ଜାରି ରଖିଛି। ଯନ୍ତ୍ରୀ ଶ୍ରୀ ବସ୍ତିଆଙ୍କ ଘରୁ ଘରୁ ନଗଦ ୮୧ ହଜାର ଟଙ୍କା ଓ ଅଫିସ୍‌ ଗଡ଼ରେଜରୁ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ତେବେ ଭିଜିଲାନ୍‌ସ ବିଭାଗ ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ବିଭାଗ ଆଜି ସକାଳୁ  ବଇଣ୍ଡା ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଏଥି ସହିତ ଭିଜିଲାନ୍‌ସ ବିଭାଗର କର୍ମଚାରୀମାନେ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ବଇଣ୍ଡାସ୍ଥିତ ସରକାରୀ ବାସଭବନ ଓ କଟକ ଜିଲ୍ଲା ନିଆଳିସ୍ତିତ ବାସଭବନରେ ମଧ୍ୟ ଏକକାଳୀନ ଚଢ଼ାଉ କରିଥିଲା।

ତେବେ ବର୍ତ୍ତମାନ ମଧ୍ୟ ଚଢ଼ାଉ ଜାରି ରହିଥିବା ଯୋଗୁଁ ଶ୍ରୀ ବସ୍ତିଆଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି କେତେ ତାହା ଜଣାପଡ଼ି ନାହିଁ। ଚଢ଼ାଉ ଶେଷ ହେବା ପରେ ତାଙ୍କର ମୋଟ୍‌ ସ୍ଥାବର ଓ ଅସ୍ଥାବର ସଂପତ୍ତି ଆକଳନ ହେବ ବୋଲି ଜଣାପଡ଼ିଛି।

The post କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ: ୧ ଲକ୍ଷ ୧୯ ହଜାର ୫୦୦ ଟଙ୍କା ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/3mNjerq