କଟକ: ୨୦୦୮ରେ ଯାଜପୁରରୁ କଟକ ଆସିଥିଲି। ପ୍ରଥମେ ବାଖରାବାଦ, ପରେ ରାଉସାପାଟଣା ଓ ଏବେ ସିଡିଏରେ ରହୁଛି। କଟକକୁ ପ୍ରଥମେ ଯେତେବେଳେ ଆସିଥିଲି, ଏଠି ସେଭଳି କେହି ଚିହ୍ନା ପରିଚିତ ନଥାନ୍ତି। ସେତେବେଳେ ଲକ୍ଷ୍ୟ ଥାଏ ଆଲବମ୍‌ ଓ ସିନେମା ଜଗତର ଶୀର୍ଷରେ ପହଞ୍ଚିବା। ୨୦୦୯ରେ ଅନ୍ନପୂର୍ଣ୍ଣା ଥିଏଟରରେ ଡ୍ୟାନ୍ସ ଶିଖୁଥାଏ। କଟକ ରହଣୀ ଭିତରେ ବାଲିଯାତ୍ରା ଉପରପଡ଼ିଆ ଆମ ପାଇଁ ଖଟିର ଗୋଟାଏ ଭଲ ପାଲଟି ଯାଇଥିଲା।

୨୦୦୯ ପରେ ପରେ ଆଲବମ୍‌ରେ କାମ ଆରମ୍ଭ କରି ଦେଇଥିଲି। ସେ ସମୟରେ ନିର୍ଦ୍ଦେଶକ ପବିତ୍ର ନାୟକ, ଲୁବୁନ-ଟୁବୁନ୍‌, ଜୟ ପ୍ରକାଶ ମହାନ୍ତି, ଶ୍ରୀକାନ୍ତ ଗୌତମ ଆଲବମ୍‌ କ୍ଷେତ୍ରରେ ଅନେକ ସହଯୋଗ କରିଥିଲେ। କଟକରେ ରହଣୀ ଭିତରେ ହିଁ ୪୦୦ରୁ ଅଧିକ ଆଲବମ ଏବ˚ ୧୫ ସିନେମା କରିବାର ସୁଯୋଗ ପାଇଛି। ଏ ସହର ମତେ ଶୀର୍ଷରେ ପହଞ୍ଚାଇବାରେ ବିଶେଷ ସହାୟକ ହୋଇପାରିଛି।

The post ସିନେ ଅଭିନେତା ଦୀପକ କୁମାରଙ୍କ ରୌପ୍ୟ ନଗରୀ ଅନୁଭୂତି : ଏ ସହର ମତେ ଶୀର୍ଷରେ ପହଞ୍ଚାଇଛି first appeared on Sambad.



from ଜିଲ୍ଲା – Sambad https://ift.tt/38BVe6G