ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରୁ ଏକ ନରକଙ୍କାଳ ଉଦ୍ଧାର କରାଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଶାସନପଦର ମନ୍ତ୍ରୀଡି ରାସ୍ତାର ପାର୍ଶ୍ବରେ ଥିବା ଏକ ବୁଦାମୂଳରେ ନରକଙ୍କାଳ ଦେଖି ଚମକି ପଡ଼ିଥିଲେ ଜଣେ ବ୍ୟକ୍ତି। ସେ ଏସଂପର୍କରେ ସ୍ଥାନୀୟ ଲୋକଙ୍କୁ କହିଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ନରକଙ୍କାଳ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ଖବର ପାଇ ଗୋଳନ୍ଥରା ଥାନା ପୁଲିସ୍ ନରକଙ୍କାଳକୁ ଉଦ୍ଧାର କରି ବ୍ରହ୍ମପୁରର ଏମକେସିଜିର ଫରେନସିକ୍ ଲାବୋରେଟୋରିକୁ ପଠାଇଛି। ଉକ୍ତ ନରକଙ୍କାଳ ନିକଟରେ ଚୁଡ଼ି ଓ ଭ୍ୟାନିଟି ବ୍ୟାଗ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ ନରକଙ୍କାଳଟି ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଯାଇଛି। ଏହି ଘଟଣାର ତଦନ୍ତ କରୁଛି ଗୋଳନ୍ଥରା ଥାନା ପୁଲିସ୍।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗୋଳନ୍ଥରା ଥାନା ଅଞ୍ଚଳରେ ଏଭଳି ତିନିଟି ଘଟଣା ଘଟିଥିଲେ ବି ପୁଲିସ୍ କୌଣସି ଘଟଣାର ଅଭିଯୁକ୍ତଙ୍କୁ ଧରିପାରିନାହିଁ ବା ଏହାର ଅସଲ କାରଣ ବି ଜାଣିପାରିନାହିଁ। ଏହି କାରଣରୁ ସେହି ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

 

The post ଗୋଳନ୍ଥରା ଥାନା ଅଞ୍ଚଳରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3krMe6w