
ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ଜମିଦାର ପଡ଼ାରେ ଜଣେ ପକ୍ଷଘାତ ରୋଗରେ ଆକ୍ରାନ୍ତ ପିତାଙ୍କୁ ପୁଅ କଚାଡ଼ି ହତ୍ୟା କରିବା ଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ନାମ ସୌକିଲାଲ ସେଠ(୫୮)। ତାଙ୍କ ଘର ବରଗଡ଼ ଥାନାର ବରଡ଼ୋଲ ଗ୍ରାମରେ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ବେଳେ ସାନ ପୁଅ ପ୍ରଦୀପ ଅନ୍ୟ ଜଣେ ଯୁବକଙ୍କ ସହ ଏକ ବାଇକରେ ପିତା ସୌକିଲାଲଙ୍କୁ ଆଣି ବଡ଼ ପୁଅ ପ୍ରମୋଦଙ୍କ ଶ୍ବଶୁର ଘର ପାହାଡ଼ଶ୍ରୀଗିଡ଼ା ଘର ସମ୍ମୁଖରେ କଚାଡ଼ି ଚାଲିଯାଇଥିଲେ। ସେଠାରେ ଅଚେତ ହୋଇ କିଛି ସମୟ ପଡ଼ି ରହିବା ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। କିଛି ଦିନ ହେଲା ପ୍ରମୋଦ ନିଜ ଶ୍ବଶୁର ଘରକୁ ଆସିଥିବା ବେଳେ ଘଟଣା ସମୟରେ ଘରେ କେହି ନଥିଲେ। ଘର କବାଟରେ ତାଲା ପଡ଼ିଥିଲା। ପୁଲିସକୁ ଖବର ଦେବା ପରେ ଶନିବାର ଘଟଣାସ୍ଥଳକୁ ଯାଇ ପୁଲିସ ତଦନ୍ତ କରିଥିଲା। ଏ ନେଇ ବଡ଼ ପୁଅ ପ୍ରମୋଦ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
The post ପକ୍ଷଘାତ ରୋଗରେ ଆକ୍ରାନ୍ତ ପିତାଙ୍କୁ କଚାଡ଼ି ଦେଲା ପୁଅ, ଘଟଣାସ୍ଥଳରେ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3kwUPoB
0 Comments