ଭଦ୍ରକ: ଭଦ୍ରକ ଜିଲ୍ଲାର ଗୋରମାଟି ଗ୍ରାମର ଖେଳ ପଡ଼ିଆରୁ ଶିବ ଲିଙ୍ଗ ବାହାରିଛି। ଗତକାଲି ସନ୍ଧ୍ୟାରେ ଗୋରାମାଟି ପଡ଼ିଆରେ ଏକ ପାର୍କ ପାଇଁ ଟ୍ରାକ୍ଟରରେ ମାଟି ଖୋଳା ଯାଉଥିଲା। ଏହି ସମୟରେ ଟ୍ରାକ୍ଟରର ଲୁହ ଫାଳରେ ଏକ ପଥର ବାଜିବାର ଶବ୍ଦ ହେଲା। ମାଟି ତଳେ କଣ ଅଛି ବୋଲି ଜାଣିବାକୁ ଯାଇ ଲୋକେ ମାଟି ଖୋଲିଲେ। ମାଟି ତଳୁ ଦୁଇ ଫୁଟ୍ ଖୋଲିଲା ପରେ ଏକ ଶିବ ଲିଙ୍ଗ ବାହାରିବା ଲୋକେ ଦେଖିଥିଲେ।
ଆଜି ଏଇ କଥା ପ୍ରଘଟ ହେବା ପରେ ଗୋରାମାଟି ଓ ଏହାର ଆଖପାଖ ଅଞ୍ଚଳର ଶହ ଶହ ଲୋକ ଶିବ ଲିଙ୍ଗ ଦେଖିବା ଲାଗି ସେଠାରେ ରୁଣ୍ଡ ହୋଇଥିଲେ। ଶିବ ଲିଙ୍ଗଙ୍କୁ ପୂଜାର୍ଚ୍ଚନା କରାଯାଇ ଥିବା ବେଳେ ଧୂପ ଦୀପ ଦିଆଯାଇଛି।
The post ଭଦ୍ରକରେ ମାଟିତଳୁ ବାହାରିଲେ ଶିବ ଲିଙ୍ଗ, ପୂଜାର୍ଚ୍ଚନା କରିଲେ ଲୋକେ first appeared on Sambad.
from ଜିଲ୍ଲା – Sambad https://ift.tt/3nrryNM
0 Comments