ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ଏହି ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିଧାନସଭା ଗୃହରେ ପୋଷ୍ଟର, ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ଗୃହ ମଧ୍ୟଭାଗକୁ ଆସି ବିଜେପି, କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ। ସେମାନେ ଏସଆଇଟି ତଦନ୍ତ କରିବା ଲାଗି ଦାବି ବି ଉଠାଇଥିଲେ। ଏହାପରେ ବାଧ୍ୟ ହୋଇ ବାଚସ୍ପତି ସାଢେ ଏଗାରଟା ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଥିଲେ। ଏହାଛଡ଼ା ସେ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକ ଡାକିଥିଲେ।

ଏଣେ ‘ପରୀ’ କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜେପି। ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପିର ରାଲି ଚାଲିଛି । ଏସଆଇଟି ତଦନ୍ତ ସହ ଅରୁଣ ସାହୁଙ୍କ ଇସ୍ତଫା  ଦାବି କରିଛି ବିଜେପି ।

 

The post 'ପରୀ' ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ first appeared on Sambad.



from ଜିଲ୍ଲା – Sambad https://ift.tt/33jhizA