
କଟକ : ରାଜ୍ୟରେ ୨୧ଟି ଆର୍ଟିଓରେ ନୂଆ ଡିଏଲ୍ ଆବେଦନ ପାଇଁ ସ୍ଲଟ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି।
ଆସନ୍ତା ୨୦ ତାରିଖଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍ ଆବେଦନ କରିବାକୁ ଅନୁମତି ମିଳିଛି। ଅନ୍ୟପଟେ ୨୨ଟି ଆର୍ଟିଓରେ ନୂଆ ଲର୍ଣ୍ଣର୍ସ୍ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
The post ନୂଆ ଡିଏଲ୍ ଆବେଦନ ପାଇଁ ଅନୁମତି first appeared on Sambad.
from ଜିଲ୍ଲା – Sambad https://ift.tt/38XKPCH
0 Comments