
ବ୍ରହ୍ମପୁର : ବ୍ରହ୍ମପୁର କୋର୍ଟ ପରିସରରେ ଆଜି ଏକ ଦୁଃଖଦ ଘଟଣା ନଜରକୁ ଆସିଛି। ଜଣେ ବୃଦ୍ଧ କୋର୍ଟକୁ ସାକ୍ଷୀ ଦେବା ପାଇଁ ଆସିଥିବା ବେଳେ ପତ୍ନୀଙ୍କ ନିକଟରେ ଟଳି ପଡ଼ିଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ବଡ଼ ଡାକ୍ତରଖାନା ପଠାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଜରଡ଼ା ଥାନା ଖାରିଆଗୁଡ଼ା ଅଞ୍ଚଳର ଜଣେ ଯୁବକଙ୍କ ଗତବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବୀମା ବାବଦ ଟଙ୍କା ପାଇଁ ବାପା ଆବେଦନ କରିଥିଲେ। ମାମଲାଟି ଏମ୍ଏସିଟି-୨ କୋର୍ଟରେ ବିଚାରାଧୀନ ଥିବାରୁ ବୃଦ୍ଧ ବାପା ଆଜି ସାକ୍ଷୀ ଦେବାକୁ ଆସିଥିଲେ। ସେ ପତ୍ନୀଙ୍କ ସହିତ ଏସ୍ଡିଜେଏମ୍ଙ୍କ କୋର୍ଟ ସମ୍ମୁଖ ବରଗଛମୂଳେ ବସିଥିଲେ। ଏହି ସମୟରେ ସେ ଅସୁସ୍ଥ ଅନୁଭବ କରି ହଠାତ୍ ଟଳି ପଡ଼ିଥିଲେ। ହୃଦ୍ଘାତ ଯୋଗୁଁ ସେ ଟଳି ପଡ଼ିଥିବା ଅନୁମାନ କରାଯାଉଛି। ଏହି ଘଟଣା କୋର୍ଟରେ କିଛି ସମୟ ପାଇଁ ଶୋକର ବାତାବରଣ ସୃଷ୍ଟି କରିଥିଲା।
The post କୋର୍ଟକୁ ସାକ୍ଷୀ ଦେବାକୁ ଆସି ଟଳିପଡ଼ିଲେ ବୃଦ୍ଧ first appeared on Sambad.
from ଜିଲ୍ଲା – Sambad https://ift.tt/3p742Y6
0 Comments