
ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗ୍ରାମରେ ସ୍ତ୍ରୀଙ୍କୁ କୁରାଢ଼ିରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି।
ହତ୍ୟାକାରୀ ସ୍ୱାମୀ ହେଉଛନ୍ତି ୫୨ ବର୍ଷିୟ ଶିବପ୍ରସାଦ ମହାନ୍ତ। ଅଧିକାଂଶ ସମୟରେ ନିଶାସକ୍ତ ଥିବା ଶିବପ୍ରସାଦ ଗତ କିଛି ଦିନ ହେବ ଏଣୁତେଣୁ କଥାବାର୍ତ୍ତା କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି।
ଗତ ବିଳମ୍ବିତ ରାତ୍ରୀ ପ୍ରାୟ ୨ଟା ବେଳେ ନିଶାସକ୍ତ ଅବସ୍ଥାରେ ମାନସିକ ଭାରସାମ୍ୟ ହରାଇ ଶିବପ୍ରସାଦ ୪୫ ବର୍ଷୀୟ ପତ୍ନୀ ମଞ୍ଜଦୋରୀ ମହାନ୍ତଙ୍କୁ ଏକ କୁରାଢ଼ିରେ ଛେଚି ପକାଇବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ରାତିରେ ଶିବପ୍ରସାଦଙ୍କ ପୁଅ ବସନ୍ତ ପାଟିତୁଣ୍ଡ ଶୁଣି ଧାଇଁ ଯାଇ ଦେଖିଲା ବେଳକୁ ବାପା କୁରାଢ଼ିରେ ମାଆଙ୍କୁ ଆକ୍ରମଣ କରୁଛନ୍ତି। ତୁରନ୍ତ ବସନ୍ତ ତାଙ୍କ କାକା, ଜେଜେମା ଓ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ସମସ୍ତେ ଆସିଯିବାରୁ ଶିବପ୍ରସାଦ ଗୋଟିଏ କୋଠରିରେ ପଶିଯାଇଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ମୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିବପ୍ରସାଦଙ୍କୁ ଗିରଫ କରି ଥାନାକୁ ନେଇଥିଲା। ସାଇନ୍ଟିଫିକ୍ ଟିମ୍ ସହ ବେତନଟୀ ଏସ୍ଡିପିଓ ଲଳିତ ପଟ୍ଟନାୟକ, ମୋରଡ଼ା ଥାନା ଆଇଆଇସି କୁନି ବେଶ୍ରା ଘଟଣାସ୍ଥଳରେ ତଦନ୍ତ ଚଳାଇବା ସହ ମଞ୍ଜଦୋରୀଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।
୧୭୯/୨୦ରେ ମାମଲା ରୁଜୁ କରାଯାଇ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
The post ସ୍ତ୍ରୀକୁ ନୃସଂଶ ଭାବେ କୁରାଢ଼ିରେ ଛେଚି ହତ୍ୟା କରିଥିବା ସ୍ୱାମୀ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3nEfx7V
0 Comments