କୁଚିଣ୍ଡା : କୁଚିଣ୍ଡା ଏନ୍‌ଏସି ୱାର୍ଡ ନମ୍ବର ୧୦ ସଇଡ଼ାରେ ରହୁଥିବା ସୁଶାନ୍ତ ସେଠୀଙ୍କ ଝିଅ ଶ୍ରୁତି (୧୫)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଅସ୍ବାଭାବିକ ମୃତ୍ୟୁ ହୋଇଯାଇଛି। ଶ୍ରୁତି କୁଚିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। କିଛି ମାସ ତଳେ ରଜ ପାଳନ ଅବସରରେ ଶ୍ରୁତି ଓ ତାଙ୍କ ସାନ ଭାଇ ଘରେ ଦୌଡ଼ାଦୌଡ଼ି ଖେଳୁଥିଲେ। ଏହି ସମୟରେ ସାନଭାଇର ଗୋଡ଼ ଖସିଯିବାରୁ ସେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା।

ଭାଇର ମୃତ୍ୟୁ ପରେ ଶ୍ରୁତି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଠିକ୍‌ରେ ଖିଆପିଆ ବି କରୁ ନ ଥିଲେ। ଏପରିକି ବିଭିନ୍ନ ସମୟରେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ଶୁକ୍ରବାର ସଂଧ୍ୟାରେ ସେ ମଧ୍ୟ ଆଖି ବୁଜି‌ଛନ୍ତି। ଭାଇକୁ ଝୁରି ଝୁରି ତାଙ୍କ ଜୀବନ ଗଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତାଙ୍କ ମୃତ୍ୟୁ ଖବର ପାଇ କୁଚିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅଳ୍ପ ଦିନ ବ୍ୟବଧାନରେ ଉଭୟ ଭାଇ ଭଉଣୀଙ୍କ ମୃତ୍ୟୁରେ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗଭୀର ଶୋକ ପ୍ରକାଶ ପାଇଛି। ଉକ୍ତ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

The post ଭାଇକୁ ଝୁରି ଝୁରି ଆଖି ବୁଜିଲେ! ଦଶମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/2JF82yM