ବାଲେଶ୍ୱର: ବାଲେଶ୍ୱରରେ ପୋଷ୍ଟାଲ୍ ବାଲାଟ୍ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏଠାରେ ୬୧୫ ଭୋଟରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍  ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ  ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଛନ୍ତି ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି।

The post ବାଲେଶ୍ୱର: ପୋଷ୍ଟାଲ୍ ବାଲାଟ୍ ଗଣତି ଶେଷ, ୬୧୫ ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ first appeared on Sambad.



from ଜିଲ୍ଲା – Sambad https://ift.tt/36lPw6f