
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପୂର୍ବାଞ୍ଚଳ ରେଞ୍ଜର ବନବିଭାଗର ପେଟ୍ରୋଲିଙ୍ଗ ବେଳେ ଶାଳଗଣ୍ଡି ବୋଝେଇ ଏକ ମିନିଟ୍ରକକୁ ଜବତ କରିଛି। ବନବିଭାଗ ଏକ ମିନିଟ୍ରକ୍ (ଓଆର ୦୪ ୦୬୭୫)କୁ ଜବତ କରିଛି। ଜବତ କାଠର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ। ଆଜି ବିଳମ୍ବତ ରାତିରେ ବନ ବିଭାଗର ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ମିନିଟ୍ରକଟି ବନ ବିଭାଗକୁ ଚକମା ଦେଇ ଦ୍ରୁତଗତିରେ ଖସିପଳାଇଥିଲା।
ଗାଡ଼ିଟିର ପିଛାକରି ଭୁବନ ଥାନା ଅନଳ ଗ୍ରାମ ନିକଟରେ ମିନିଟ୍ରକକୁ ଅଟକାଇବାରେ ବନ ବିଭାଗର କର୍ମଚାରୀ ସକ୍ଷମ ହୋଇଥିଲେ। ଗାଡ଼ିରେ ଚାଳକ ସମେତ ମୋଟ ତିନି ଜଣ ଥିଲେ। ଅନ୍ୟ ଦୁଇଜଣ ଖସି ପଳାଇ ଯାଇଥିବା ବେଳେ ଚାଳକକୁ ଅଟକ ରଖିଛି ବନବିଭାଗ। ଅଟକ ଚାଳକ ହେଲେ ଗଁଦିଆ ଥାନା ମନ୍ଦିର ଗ୍ରାମର ଅଜୟ ତରେଇ। ଦୀର୍ଘଦିନ ହେବ ଏ ଅଞ୍ଚଳରୁ କାଠ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। କାଠଗୁଡ଼ିକ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରୁ ଚୋରାଚାଲାଣ ହୋଇ ବାହାର ଜିଲ୍ଲାକୁ ଚାଲାଣ ହେଉଥିଲା। କାଠ ଓ ଟ୍ରକକୁ ଜବତ କରି ଚାଳକକୁ ଅଟକ ରଖି ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଚଳାଇଛି ବନବିଭାଗ ରେଞ୍ଜର ସତ୍ୟ ନାରାୟଣ ସାହୁ କହିଛନ୍ତି।
The post ବନ ବିଭାଗର ଚଢଉ: ଲକ୍ଷାଧିକ ଟଙ୍କାର କାଠ ଜବତ, ଚାଳକ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/3eGPKZD
0 Comments