ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପୁରୁଣାକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡାକ୍ତର ଭଜମନ ପାଲ ଆଉ ନାହାଁନ୍ତି। ସୂଚନା ଅନୁଯାୟୀ ଅନୁଗୁଳ ଖମାରସ୍ଥିତ ତାଙ୍କ ବାସଭବନରେ ରହୁଥିବା ଡାକ୍ତର ପାଲ ଆଜି ଭୋରରୁ ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିବା ଜଣାପଡିଛି। ଡାକ୍ତର ପାଲ ପୁରୁଣାକୋଟ ଅଞ୍ଚଳର ଦୁର୍ଗମ ଗାଁର ଲୋକଙ୍କ ସେବା କରିଆସୁଥିଲେ। ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିରରେ ଯୋଗ ଦେଇ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ସେ।
The post ଯୁବ ଡାକ୍ତରଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/2UdYD3b
0 Comments