କଟକ : ଏସ୍‌ସିବି ମେଡିକାଲ୍‌ ଆଲୁମ୍‌ନି ସ˚ଘର ୱେସାଇଟ୍‌କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଏହି ୱେବସାଇଟ୍‌କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ଡାକ୍ତରମାନଙ୍କର ଏତାଦୃଶ ପ୍ରୟାସକୁ ଦେଖି ପ୍ରଶ˚ସା କରିଥିଲେ।

ଭାରତ ତଥା ଭାରତ ବାହାରେ କାର୍ଯ୍ୟରତ ଏସ୍‌ସିବି ମେଡିକାଲ କଲେଜର ପୁରାତନ ଛାତ୍ରଛତ୍ରୀମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏହା ଏକ ପ୍ରୟାସ। ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବାକୁ ସରକାର ଉଦ୍ୟମ କରୁଥିଲେ ବି ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ରହିଲେ ଏହାର ଉନ୍ନତିକରଣ ହୋଇପାରିବ। ତେଣୁ ଏସ୍‌ସିବିର ଛାତ୍ରଛାତ୍ରୀମାନେ ଦେଶରେ କିମ୍ବା ଦେଶ ବାହାରେ ଯେଉଁଠି ଥିଲେ ବି ନିଜ କଲେଜର ଉନ୍ନତି ପାଇଁ ଆନୁସଙ୍ଗିକ କିମ୍ବା ବ୍ୟବହାରିକ କ୍ଷେତ୍ରରେ ସହାୟତା ଓ ସମର୍ଥନ ଯୋଗାଇବାକୁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଭୁବନେଶ୍ବରରୁ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ସ୍ବାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ସିବି ଟେଲି ମେଡିସିନ୍‌ କେନ୍ଦ୍ରରେ ଆଲୁମ୍‌ନି ସ˚ଘର ପୃଷ୍ଠପୋଷକ ତଥା ଏସ୍‌ସିବି ମେଡିକାଲ୍‌ କଲେଜ ଡିନ୍‌ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ସ˚ଘ ସଭାପତି ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଫେସର ଡାକ୍ତର ଏସ୍‌.ପି. ସି˚ହ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ଏବ˚ ୧୯୪୪ ପ୍ରଥମ ବ୍ୟାଚର ଛାତ୍ର ପ୍ରଫେସର ଡାକ୍ତର ବି.ବି. ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଟେଲି ମେଡିସିନ୍‌ କେନ୍ଦ୍ରରେ ଡାକ୍ତର ରାଜଗୁରୁଙ୍କୁ ସ˚ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ମେଡିକାଲ କଲେଜ ପରିସରରେ ଆଲୁମ୍‌ନି ସ˚ଘର ଏକ କାର୍ଯ୍ୟାଳୟକୁ ଆର‌୍‌ଡିସି ଅନୀଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସିଏମ୍‌ସି କମିସନର ଅନନ୍ୟା ଦାସ ଉଦ୍‌ଘାଟନ କରିଥିଲେ।

The post ଏସ୍‌ସିବି ଆଲୁମ୍‌ନି ସ˚ଘର ୱେବସାଇଟ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ first appeared on Sambad.



from ଜିଲ୍ଲା – Sambad https://ift.tt/36LsR4U