ରଣପୁର: ରଣପୁର ବ୍ଲକ୍ ଅନ୍ତର୍ଗତ ମଝିଆଖଣ୍ଡ ପଞ୍ଚାୟତ ଅଧୀନସ୍ଥ ତେଲିପାଟଣା ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧ ଜଣକ ହେଲେ ଉକ୍ତ ଗ୍ରାମର ବ୍ରଜକିଶୋର ସାହୁ (୮୪) । ତେବେ ଗତକାଲି ସନ୍ଧ୍ୟାରେ ବ୍ରଜକିଶୋର ଗାଁରେ ଚାଲିଥିବା ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ। ସେଠାରୁ ଆଉ ଘରକୁ ନ ଫେରିବାରୁ ପରିବାର ଲୋକ ଚାରିଆଡେ ଖୋଜାଖୋଜି କରି ଶେଷରେ ନିରାଶ ହୋଇଥିଲେ।

କିନ୍ତୁ ଆଜି ସକାଳ ସାଢେ଼ ୬ଟାରେ ବ୍ରଜକିଶୋରଙ୍କ ମୃତଦେହ ଦେଖି ପଡ଼ୋଶୀ ଲୋକେ ତାଙ୍କ ପରିବାରକୁ ଜଣାଇଥିଲେ। ତେବେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ଅପରପକ୍ଷେ ମୃତକ ବ୍ରଜକିଶୋଇ ଜଣେ ଯୌନ ରୋଗୀ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଗାଁରେ ଚର୍ଚ୍ଚା ହେଉଛି।

The post ରଣପୁର: ବିଳମ୍ବିତ ରାତିରେ ବୃଦ୍ଧ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ first appeared on Sambad.



from ଜିଲ୍ଲା – Sambad https://ift.tt/39IYTAg