ନୟାଗଡ଼: ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି)ର ଚଢ଼ାଉକୁ ନୟାଗଡ଼ ଜିଲ୍ଲା ଯଦୁପୁରର ହରିଜନ ସାହି ବାସିନ୍ଦା ବିରୋଧ କରିଛନ୍ତି। ଏସ୍ଆଇଟି ମନ ଇଚ୍ଛା ଗ୍ରାମର ଯୁବକମାନଙ୍କୁ ଉଠାଇ ନେଉଥିବା ଅଭିଯୋଗ ଆସିଛି। ଆଜି ସକାଳ ମାନସ ନାହାକ(୨୯) ନାମକ ଜଣେ ଯୁବକକୁ ଏସ୍ଆଇଟି ଉଠାଇ ନେଉଥିବା ବେଳେ ହରିଜନ ସାହିବାସୀ ଏହାକୁ ବିରୋଧ କରିଥିଲେ। ଫଳରେ ଏସ୍ଆଇଟି ସଦସ୍ୟ ଗାଁରୁ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି।

ମାନସ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ଏହି ସାହିରେ ପ୍ରାୟ ମଜୁରିଆ ଶ୍ରେଣୀର ଲୋକମାନେ ରହୁଥିବା ବେଳେ ଏସଆଇଟି ଏଭଳି ଉଠାଇନେଲେ ଆମେ କିଭଳି ଘର ଚଳାଇବୁ ବୋଲି ପ୍ରଶ୍ନ କରିଛନ୍ତି ହରିଜନ ସାହି ବାସିନ୍ଦା। ସବର୍ଣ୍ଣ ସାହିରେ ପରୀ ହତ୍ୟାକାଣ୍ଡ ଘଟିଥିବା ବେଳେ ରାଜନୈତିକ ଷଡ଼ଯନ୍ତ୍ର ପାଇଁ ଆମ ସାହିର ଲୋକଙ୍କୁ ଫସେଇବା ଚକ୍ରାନ୍ତ ହେଉଥିବା ମାଗି ନାହାକ କହିଛନ୍ତି। ଏ ନେଇ ହରିଜନ ସାହିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏସ୍ଆଇଟିର ମନ ଇଚ୍ଛା ଚଢ଼ାଉକୁ ବିରୋଧ କରି ଗ୍ରାମବାସୀ ଗାଁ ମୁଣ୍ଡରେ ବାଡ଼ ପକେଇ ଦେଇଛନ୍ତି । ପୁଲିସ ହେଉ କି ଏସ୍ଆଇଟି କାହରିକୁ ସାହିକୁ ପୁରେଇ ଦେବୁନି ଵୋଲି କହିଛନ୍ତି ହରିଜନ ସାହି ବାସିନ୍ଦା।

The post ପରୀ ହତ୍ୟାକାଣ୍ଡ: ଏସ୍ଆଇଟିର ମନ ଇଚ୍ଛା ଚଢ଼ାଉକୁ ବିରୋଧ କରି ଗାଁରେ ବାଡ଼ ପକାଇଲେ ଗ୍ରାମବାସୀ first appeared on Sambad.



from ଜିଲ୍ଲା – Sambad https://ift.tt/3ovsTUs