ସୋନପୁର: ଗତକାଲି ବିଳମ୍ବିତ ରାତିରେ ଟ୍ରକରେ ଲାଗିଲା ନିଆଁ। ଓଡ଼ିଶାର ସୋନପୁର ଜିଲ୍ଲାର ବିନିକା ପୁଲିସ ସୀମା ଅନ୍ତର୍ଗତ ସିଙ୍ଘିଜୁବାରେ ହଠାତ ଟ୍ରକରେ ନିଆଁ ଲାଗିଯାଇଥିବା ଜଣା ପଡ଼ିଛି। ଟ୍ରକରେ ନିଆଁ ଲାଗିବା ଦେଖି ଗାଡ଼ିର ଚାଳକ ଏବଂ ହେଲପର ଗାଡ଼ିରୁ ଡେଇଁ ନିଜର ଜୀବନ ବଞ୍ଚାଇଛନ୍ତି।

ଖବର ଅନୁଯାୟୀ, ସିମେଣ୍ଟ ବୋଝେଇ ଟ୍ରକ ରାଜଗାଙ୍ଗପୁରରୁ ବାଲାଙ୍ଗୀର ଅଭିମୁଖେ ଯାଉଥିଲାବେଳେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା। ଏହା ପରେ ଡ୍ରାଇଭର-ହେଲପର ଦୁହେଁ ଟ୍ରକରୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ। ଏହି ଘଟଣା ପରେ ନିଆଁରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡ଼ିଛି।

The post ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଗାଡ଼ିରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର-ହେଲପର first appeared on Sambad.



from ଜିଲ୍ଲା – Sambad https://ift.tt/36U206E