ଗୋପ : ଯୁବକଙ୍କୁ ମାଡ଼ ମାରିବା ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ତହସିଲଦାର ପ୍ରେମାଂଶୁ ଚାନ୍ଦଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼ର ଡେପୁଟି କଲେକ୍ଟର ଶୁଭାଶିଷ ପଳାତଙ୍କୁ ଗୋପର ନୂତନ ତହସିଲଦାର ଭାବେ ନିଯୁକ୍ତି ମିଳିଛି। ଦୁଇ ଅଧିକାରୀଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗଦାନ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ କୋଣାର୍କ ସୂର୍ଯ୍ୟମନ୍ଦିର ବାଲି ଚୋରି ଘଟଣାରେ ଗୋପ ତହସିଲଦାର ପ୍ରେମା˚ଶୁ ଚାନ୍ଦ ତଦନ୍ତ କରିବା ସମୟରେ ଜଣେ ଯୁବକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଗତ ୨୦ ତାରିଖରେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହିତ ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟ ଖବର ଭାବେ ପ୍ରକାଶ ପାଇଥିଲା।

The post ଯୁବକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ବଦଳିଲେ ଗୋପ ତହସିଲଦାର first appeared on Sambad.



from ଜିଲ୍ଲା – Sambad https://ift.tt/38IqZtn