ଖୋଲିଲା ଅଗ୍ନିଶମ ସେବା ପୋର୍ଟାଲ୍‌, ଅନଲାଇନରେ ‘ଅଗ୍ନି ସୁରକ୍ଷା ପ୍ରମାଣପତ୍ର’

କଟକ : କୌଣସି ଅଗ୍ନି ଦୁର୍ଘଟଣାଜନିତ ପ୍ରମାଣପତ୍ର ବା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ହାସଲ କରିବା ପାଇଁ ଜନସାଧାରଣଙ୍କୁ ଏଣିକି ଅଗ୍ନିଶମ ସେବା କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ‘ଅଗ୍ନିଶମ ସେବା’ ନାମରେ ଏକ ପୋର୍ଟାଲ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ। ଏହି ବ୍ୟବସ୍ଥାକୁ ସୁପରିଚାଳନା କରିବା ପାଇଁ କଟକସ୍ଥିତ ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବିଭାଗ ପକ୍ଷରୁ ଜାରି ସ୍ବତନ୍ତ୍ର ଟେଲିଫୋନ୍‌ ନ˚ ୦୬୭୧-୨୩୦୫୪୦୯ ଜରିଆରେ ନିଜର ସମସ୍ୟା ଏବ˚ ଅଭିଯୋଗ ଜଣାଇପାରିବେ। ଏହାବାଦ୍‌ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଜନସାଧାରଣଙ୍କ ମତାମତ ନେଇ ଏହାକୁ ଆହୁରି ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ସେବା ସ˚ସ୍ଥାକୁ ‘ମୋ ସରକାର’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ମିଳିଛି।

The post ଖୋଲିଲା ଅଗ୍ନିଶମ ସେବା ପୋର୍ଟାଲ୍‌, ଅନଲାଇନରେ ‘ଅଗ୍ନି ସୁରକ୍ଷା ପ୍ରମାଣପତ୍ର’ first appeared on Sambad.



from ଜିଲ୍ଲା – Sambad https://ift.tt/37UCwqd

Post a Comment

0 Comments