
ଯୁଜୁମୁରା: ରବିବାର ରାତି ପ୍ରାୟ ୧ଟା ୩୮ମିନିଟ ସମୟରେ ସମ୍ବଲପୁର ରେଳ ଷ୍ଟେସନ ଅଧୀନ ମାନେଶ୍ୱର ଷ୍ଟେସନ ନିକଟରେ ପୁରୀ ସୁରଟ ଏକ୍ସପ୍ରେସ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀକୁ ଧକ୍କା ଦେବା ପରେ ଟ୍ରେନର ଆଗ ଚକ ଲାଇନ ଚ୍ୟୁତ ହୋଇଛି। ଫଳରେ ଏହି ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିଛି। ଖବର ପାଇ ବନ ବିଭାଗ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପାହଞ୍ଚିଛନ୍ତି। ହାତୀଟି ଲାଇନ ଅତିକ୍ରମ କରିଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି ।

The post ହାତୀକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ, ଇଞ୍ଜିନ ଲାଇନଚ୍ୟୁତ first appeared on Sambad.
from ଜିଲ୍ଲା – Sambad https://ift.tt/3atmfKx
0 Comments