
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଲଦାରେ ଥିବା ସିରାଜୁଦ୍ଦିନ ଖଣିରୁ ପରିବହନ ଚାଲୁ କରିବା ପାଇଁ ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପରିବହନ ବିବାଦକୁ ନେଇ କିଛିଦିନ ହେଲା ସିରାଜୁଦ୍ଦିନ ଖଣି ସମ୍ମୁଖରେ କିଛି ଲୋକ ଧାରଣାରେ ବସିଛନ୍ତି। ଏହାର ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ସିରାଜୁଦ୍ଦିନ ଖଣି ଉପରେ ସାଢେ ୪ ହଜାର ଟ୍ରକ ମାଲିକ ନିର୍ଭର କରନ୍ତି। ପରିବହନ ହୋଇପାରୁ ନଥିବାରୁ ସେମାନଙ୍କ ଟ୍ରକ୍ ଛିଡ଼ା ହୋଇଛି ।
ଫଳରେ ଟ୍ରକ୍ ମାଲିକ ସମେତ ଡ୍ରାଇଭର, ହେଲ୍ପର୍ ହାତଟେକି ବସିଛନ୍ତି। ଏହାକୁ ଲକ୍ଷ୍ୟ ରଖି ଗଢି ଉଠିଥିବା ହୋଟେଲ, ଚା ଦୋକାନ, ଜଳଖିଆ ଦୋକାନରେ ମଧ୍ୟ ବେପାର ମାନ୍ଦା ହୋଇଯାଇଛି। ତେଣୁ ବହୁ ପରିବାରର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଏହାର ସମାଧାନ ତୁରନ୍ତ କରାଯାଉ ବୋଲି ମାଟୱାର ସଭାପତି ଚତୁର୍ଭୂଜ ପଲେଇ, ସମ୍ପାଦକ ସତ୍ୟପ୍ରିୟ ବାରିକ, ଉପଦେଷ୍ଟା ସରୋଜ ପ୍ରହରାଜ, ସଦସ୍ୟ ହିମାଂଶୁ ମହାନ୍ତି, ହେମନ୍ତ କୁମାର ସାହୁ ପ୍ରମୁଖ ଦାବି କରିଛନ୍ତି।
The post ସିରାଜୁଦ୍ଦିନ ଖଣିରେ ପରିବହନ ବିବାଦ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଟ୍ରକ୍ ମାଲିକ first appeared on Sambad.
from ଜିଲ୍ଲା – Sambad https://ift.tt/2Ksqf3C
0 Comments