
ସମ୍ବଲପୁର: ଭିମ୍ସାର କୋଭିଡ୍ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୋଭିଡ୍ ହସ୍ପିଟାଲରୁ ୮ ଜଣ ମୃତକଙ୍କ ଶବ ବାହାରି ରାଜଘାଟରେ ଦାହ କରାଯାଇଥିବା ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଶବ ରାଜଘାଟରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଥିଲା। ଏଥିସହିତ ଗତ ୩ ଦିନରେ ଭିମ୍ସାର କୋଭିଡ୍ ହସ୍ପିଟାଲରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ଶୁକ୍ରବାରର ମୃତକଙ୍କ ମଧ୍ୟରେ ସମ୍ବଲପୁରର ୪୫ ବର୍ଷୀୟା ମହିଳା, ବରଗଡ଼ର ୨୧ ବର୍ଷୀୟ ଯୁବକ, ବଲାଙ୍ଗୀରର ୪ ବର୍ଷୀୟ ୨ ଯୁବକ, ଝାଡ଼ଖଣ୍ଡର ୨୧ ବର୍ଷୀୟା ଯୁବତୀ, ବୌଦ୍ଧର ୨୯ ବର୍ଷୀୟ ଯୁବକ, ଫୁଲବାଣୀର ୨୨ ବର୍ଷୀୟ ଯୁବକ ରହିଛନ୍ତି। ଏହାବାଦ୍ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣେ ଅଜଣା ରୋଗୀଙ୍କର ମୃତଦେହ ମଧ୍ୟ ଶୁକ୍ରବାର ରାଜଘାଟରେ ଦାହ କରାଯାଇଛି। ଭିମ୍ସାର ଉପରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସାଙ୍ଗକୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀ ମଧ୍ୟ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ନିତିଦିନ ଭିମ୍ସାରକୁ ୨ ହଜାରରୁ ଊର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ଯେଉଁମାନଙ୍କ ମଧ୍ୟରୁ କରୋନା ରୋଗୀ ଚିହ୍ନଟ ହେବା ପରେ ସେମାନଙ୍କୁ ଭିମ୍ସାର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏଭଳି ସ୍ଥିତିରେ ଏହି ହସ୍ପିଟାଲ ବନ୍ଦ କରିବାକୁ ଯୋଜନା ଚାଲିଥିବାରୁ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
The post ଭିମ୍ସାର କୋଭିଡ୍ ହସ୍ପିଟାଲରେ ୮ ମୃତ, ଗତ ୩ ଦିନରେ ୧୫ ମଲେଣି first appeared on Sambad.
from ଜିଲ୍ଲା – Sambad https://ift.tt/3pptG9O
0 Comments