ବାଲେଶ୍ୱର : ଗୁରୁବାର ବିଳମ୍ବିତ ରାତିରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ହୋଇଛି। ରାତି ପ୍ରାୟ ୨ଟା ୧୩ ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୩.୯ ଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି। ଭୂମିକମ୍ପ ହେବା ନେଇ ଜାଣିବା ପରେ ଲୋକମାନେ ଆତଙ୍କିତ ହୋଇ ଘର ଭିତରୁ ବାହାରି ଆସିଥିଲେ। କିଛି ଅଞ୍ଚଳରେ ଲୋକମାନେ ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ। ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ପ୍ରାୟ ଅଧଘଣ୍ଟା ଧରି ବିଭିନ୍ନ ମୋବାଇଲ୍‌ ନେଟ୍‌ଵାର୍କ କାମ କରି ନଥିଲା।

The post ମଝି ରାତିରେ ଥରିଲା ଉତ୍ତର ଓଡ଼ିଶା first appeared on Sambad.



from ଜିଲ୍ଲା – Sambad https://ift.tt/3qF2q8W