
ନିମାପଡ଼ା : ସ୍ଥାନୀୟ ଜୟଶ୍ରୀ ଛକରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ବାଚସ୍ପତି ଦାସ ‘ଫାମିଲି ହେଲ୍ଥ ରିସର୍ଚ ସେଣ୍ଟର’ ନାମକ ଏକ କ୍ଲିନିକ୍ ଖୋଲି ଅଲ୍ଟ୍ରା ସାଉଣ୍ଡ କରୁଥିଲେ। ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗଠାରୁ ଅନୁମତି ନେଇନଥିଲେ। ତେବେ, ଏହି ଘଟଣାରେ ଡା. ଦାସଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଡା. ଦାସଙ୍କ ବିରୋଧରେ ଗର୍ଭ ନିରୂପଣ କରୁଥିବା ଓ ଭ୍ରୂଣ ହତ୍ୟା କରୁଥିବା ଭଳି ଅଭିଯୋଗ ହୋଇ ଆସୁଥିଲା। ୨୦୦୪ମସିହାରେ ତତ୍କାଳୀନ ପୁରୀ ଉପ ଜିଲ୍ଲାପାଳ ଉଦ୍ଧବ ଚରଣ ମାଝି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତାଙ୍କ କ୍ଲିନିକ୍ ଉପରେ ଚଢ଼ଉ କରିବା ସହିତ ସମସ୍ତ ଯନ୍ତ୍ରପାତି ଜବତ କରିଥିଲେ। ଏହି ମାମଲାରେ ଆଜି ନିମାପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଅଭିଯୁକ୍ତ ଡାକ୍ତର ବାଚସ୍ପତି ଦାସଙ୍କୁ ଦଣ୍ଡିତ କରି ୨ ବର୍ଷ ଜେଲ୍ ଦଣ୍ଡ ସହ ୭ ହଜାର ଟଙ୍କା ଜରିମନା ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ ରାକେଶ ସାହୁ ମକଦ୍ଦମା ପରିଚାଳନା କରୁଥିଲେ।
The post ଗର୍ଭ ନିରୂପଣ ଅଭିଯୋଗରେ ଡାକ୍ତରଙ୍କୁ ୨ର୍ଷ ଜେଲ୍ first appeared on Sambad.
from ଜିଲ୍ଲା – Sambad https://ift.tt/37zrg1b
0 Comments