
ବଲାଙ୍ଗୀର: ବଲାଙ୍ଗୀର ୱେସ୍କୋ ଅଫିସର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାଯାଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ୱେସ୍କୋ ଅଫିସ ଆକାଉଣ୍ଟାଣ୍ଟ ବିଭୁତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।
ବିଭୁତି ଶଙ୍କର ବିନ୍ଧାଣୀଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୭ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ।
ଏଣେ, ଗତକାଲି ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ସମ୍ୱଲପୁର ଭିଜିଲାନସ ଏସ.ପିଙ୍କ ନିର୍ଦ୍ଦେଶରେ ଆଜି ଭିଜିଲାନ୍ସ ବିଭାଗର ଚାରିଟି ଟିମ୍ ତିନୋଟି ଜାଗାରେ ଚଢ଼ାଉ କରିଥିଲେ।
ବଲାଙ୍ଗୀର ସହର ଭିତରେ ଥିବା ବି.ଡି.ସି.ସି ବ୍ୟାଙ୍କ, ପ୍ୟାଲେସଲାଇନ ଏବଂ ରୁଗୁଡିପଡ଼ା ସ୍ଥିତ ଘରେ ବଲାଙ୍ଗୀର, ବରଗଡ଼, ସମ୍ୱଲପୁର ଓ ସୋନପୁର ଭିଜିଲାନସ ବିଭାଗର ଟିମ ଏକକାଳୀନ ଚଢ଼ାଉ କରିଥିଲେ।
The post ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଅଫିସର ଆକାଉଣ୍ଟାଣ୍ଟ, ଘରୁ ମିଳିଲା ନଗଦ ୧୭ଲକ୍ଷ ଟଙ୍କା ଓ ସୁନା ବିସ୍କୁଟ first appeared on Sambad.
from ଜିଲ୍ଲା – Sambad https://ift.tt/2L4TVUa
0 Comments