ବ୍ରହ୍ମପୁର: ଅଜ୍ଞାତସୂତ୍ରରୁ ଉପାର୍ଜିତ ତଥା ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ବ୍ରହ୍ମପୁର ସରକାରୀ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ‘ଡିଏଲ୍‌ଆର୍‌ ଟାଇପିଷ୍ଟ୍‍’ ପ୍ରଶାନ୍ତ କୁମାର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍‌ସ୍‌ ଚଢ଼ାଉ କରାଯାଇଛି।

ବ୍ରହ୍ମପୁର ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ବ୍ରହ୍ମପୁର ଆସ୍କା ରୋଡ୍‌ରେ ଥିବା ଶ୍ରୀ ନାୟକଙ୍କ ତିନି ମହଲା କୋଠା ତଥା ସ୍ପେଆର୍‌ ପାର୍ଟ ଦୋକାନ, ବ୍ୟାଙ୍କ୍‌ କଲୋନିରେ ଥିବା ତିନିମହଲାବିଶିଷ୍ଟ ନୂଆ ଆବାସିକ କୋଠା, ଆସ୍କା ରୋଡ୍‌ରେ ଥିବା ଦୁଇ ମହଲାବିଶିଷ୍ଟ ଗୋଦାମ, ବୃନ୍ଦାବତୀ ନଗରରେ ଏବଂ ବିଷ୍ଣୁନଗରରେ ଥିବା ଭଡ଼ା ଗୋଦାମରେ ଏକ ସଙ୍ଗେ ଚଢ଼ାଉ କରି ଖାନତଲାସ ଚଳାଇଛନ୍ତି।

ବ୍ରହ୍ମପୁର ଭିଜିଲାନ୍‌ସ୍‌ର ମିସ୍‌ଲେନିୟସ୍‌ କେସ୍‌ ନମ୍ବର ୯/୨୦ର ତଲାସ ପରଓ୍ଵାନା ବଳରେ ଚଢ଼ାଉ କରିଥିବା ଭିଜିଲାନ୍ସ ଟିମ୍‌ ଏପର୍ଯ୍ୟନ୍ତ ଶ୍ରୀ ନାୟକଙ୍କ ଘରୁ ନଗଦ ୧୮,୦୫,୦୧୦ ଜବତ କରିଛନ୍ତି।

The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଇପିଷ୍ଟ୍‍ଙ୍କ ଘରେ ଭିଜିଲାନ୍‌ସ୍‌ ଚଢ଼ାଉ first appeared on Sambad.



from ଜିଲ୍ଲା – Sambad https://ift.tt/38JfJwJ