
ରାଉରକେଲା: ଗତକାଲି ପିକନିକ୍ କରିବାକୁ ଯାଇ କୋଏଲ ନଦୀରେ ବୁଡ଼ି ନିଖୋଜ ଥିବା ତୃତୀୟ ଛାତ୍ରର ମୃତ ଦେହକୁ ଆଜି ସକାଳେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତିl ସେମାନେ ପ୍ରାୟ ଚାରି ଘଣ୍ଟା ଖୋଜାଖୋଜି କରିବା ପରେ ନିଖୋଜ ଛାତ୍ରର ମୃତ ଦେହ ପାଇଥିଲେl
ମୃତ ଛାତ୍ରଜଣକ ହେଲେ ସେକ୍ଟର ୫ର କୌଶିକ ମଲ୍ଲିକl ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚକୁ ପଠାଇଛିl ଆଜି ତିନି ଜଣ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବl
ସୂଚନାଯୋଗ୍ୟ, ଗତକାଲି ଦୀପିକା ସ୍କୁଲର ନଅ ଛାତ୍ର ବଣଭୋଜି କରିବାକୁ ଜାମସେରା ଘାଟକୁ ଯାଇଥିଲେl ନଦୀରେ ଗାଧୋଉଥିବା ବେଳେ ତିନି ଛାତ୍ର ଭୁବେଶ ପ୍ରସାଦ, ସୁଜନ ଶର୍ମା ଓ କୌଶିକ ନିଖୋଜ ହୋଇ ଯାଇଥିଲେl ଉଦ୍ଧାରକାରୀ ଦଳ ଭୁବେଶ ଓ ସୁଜନଙ୍କ ମୃତ ଦେହ ଉଦ୍ଧାର କରି ପାରିଥିଲାl
The post ରାଉରକେଲା: ଜାମସେରା ଘାଟରୁ ମିଳିଲା ତୃତୀୟ ଛାତ୍ରର ମୃତ ଦେହ first appeared on Sambad.
from ଜିଲ୍ଲା – Sambad https://ift.tt/2WAsvIc
0 Comments