ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସ ମିଥ୍ୟା ଏନକାଉଣ୍ଟର କରି ତିନି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନର ସଚିବ କୈଳାସ ପ୍ରେସ ବିଜ୍ଞପ୍ତିରେ ଆଜି ବନ୍ଦ ଡାକରା ଦେଇଛନ୍ତି।
ମାଲକାନଗିରିରେ ବନ୍ଦର ପ୍ରଭାବ ପଡ଼ିନଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି। ଲୋକେ ନକ୍ସଲ ଭୟରେ ଘରୁ ବାହାରକୁ ବାହାରି ନଥିବା ବେଳେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉନଥିବ ଜଣାପଡ଼ିଛି। ପୁଲିସ ବେଆଇନ ଭାବେ ଗିରଫ କରିବା, ଜେଲରେ ଭର୍ତ୍ତି କରି ନିର୍ଯାତନା ଦେବା, ବାଧ୍ୟତାମୂଳକ ଆତ୍ମସମର୍ପଣ କରିବା, ନକ୍ସଲଙ୍କୁ ଧରି ମିଥ୍ୟା ଏନକାଉଣ୍ଟର କରିବା ଭଳି କାର୍ଯ୍ୟ ଜାରି ରଖୁଛି। ସ୍ବାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ନିର୍ଯାତନା ଦେଉଛି। ଏହା ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ଏପରିକି ସେମାନଙ୍କର ଛେଳି, ମେଣ୍ଢା, କୁକୁଡ଼ା ଇତ୍ୟାଦି ଖାଇଦେଉଛନ୍ତି।

ମିଥ୍ୟା ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ସହିଦମାନଙ୍କ ପରିବାରକୁ ଆମେ ସହାନୁଭୁତି ଜଣାଉଛୁ ବୋଲି କୁହାଯାଇଛି। କିଛି ସୂଚନାଦାତାଙ୍କ ମାଧ୍ୟମରେ ପୁଲିସ ନକ୍ସଲଙ୍କର ଚାଲ୍ ଜାଣିପାରି ଥିବା କୁହାଯାଇଛି। ମାଓ ମିଲିଟ୍ରି କମାଣ୍ଡର କିଶୋରକୁ ଧରିଥିଲେ ଏବଂ ତାକୁ ହତ୍ୟା କରିଥିଲେ ବୋଲି ସଚିବ କୈଳାସ ଅଭିଯୋଗ କରିଛି।
ସେହିପରି ବିଶାଖାପାଟଣମ୍ ଏସପି କିଛି ସୂଚନାଦାତାକୁ ଚାକିରି ଦେବା ନାମରେ ଠକେଇ କରୁଛନ୍ତି। ନିରୀହ ଲୋକଙ୍କୁ ସୂଚନାଦାତା ଭାବେ ରଖୁଥିବା ସହ ସେମାନଙ୍କୁ ପୁଲିସ ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଏ, ନଚେତ ସେମାନଙ୍କୁ ହଇରାଣ କରାଯାଉଥିବା କୁହାଯାଇଛି। ମାଲକାନଗିରି ପୁଲିସ ମଧ୍ୟ କିଛି ନକ୍ସଲଙ୍କୁ ଗିରଫ କରି ରଖୁଛି, ଯେଉଁମାନଙ୍କୁ ଆଜି ପର୍ଯ୍ୟନ୍ତ କୋର୍ଟ ଚାଲାଣ କରି ନଥିବା ଅଭିଯୋଗ କରାଯାଇଛି। ତେବେ ଆଜିର ବନ୍ଦ ଡାକରାକୁ ସଫଳ କରାଯାଉ ବୋଲି କୈଳାସ ଆହ୍ବାନ ଦେଇଛି। ତେବେ ଜରୁରୀକାଳୀନ ସେବା ଗୁଡ଼ିକ ଚାଲିବ ବୋଲି ମଧ୍ୟ ପ୍ରଥମର ଥର କୁହାଯାଇଛି। ତେବେ ଏନେଇ ପୁଲିସ ସଜାଗ ରହିଛି। ଗୁଇନ୍ଦା ବିଭାଗକୁ ନକ୍ସଲଙ୍କ ଗତିବିଧ ଉପରେ ନଜର ରଖୁଥିବା କୁହାଯାଇଛି। ବନ୍ଦକୁ ନେଇ ନକ୍ସଲ ହିଂସାତ୍ମକ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ ତଦନ୍ତ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ସହ ସୀମାକୁ ସିଲ କରିଛି।
The post ଆଜି ନକ୍ସଲଙ୍କ ମାଲକାନଗିରି ବନ୍ଦ ଡାକରା: ଦୁର୍ଗମ ଅଞ୍ଚଳରେ ପଡ଼ିଛି ପ୍ରଭାବ first appeared on Sambad.
from ଜିଲ୍ଲା – Sambad https://ift.tt/37E2Rc9
0 Comments