ଭଦ୍ରକ : ପୁଲିସ କବଜାରେ ୧କୋଟିର ଅନଲାଇନ ଠକ । ନକଲି ଆଇଡି ଜରିଆରେ ୧କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଯୁବକକୁ ଗିରଫ କରିବା ପାଇଁ ଭଦ୍ରକରେ ପହଞ୍ଚିଛି ଦିଲ୍ଲୀ ପୁଲିସ। ଯୁବକ ଜଣକ ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବୈରୀ ଗ୍ରାମର ରାଜେନ୍ଦ୍ର ମଲ୍ଲିକ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ଧୁଷୁରୀ ଥାନା ଅନ୍ତର୍ଗତ ଭଟ୍ଟ ସାହି ପଞ୍ଚାୟତର ନରହରିପୁର ଗ୍ରାମରେ ଥିବା ତାର ଶ୍ବଶୁର ଘରୁ ଗିରଫ କରିଛି ଧୁଷୁରୀ ପୁଲିସ।

Research leap

ମିଳିଥିଲା ସୂଚନା ମୁତାବକ, ରାଜେନ୍ଦ୍ର ମଲ୍ଲିକ ଦିଲ୍ଲୀ ବିମାନବନ୍ଦରର ସପ୍ଟୱେର ହ୍ୟାକ କରି ଯୁବକ-ଯୁବତୀଙ୍କୁ ବିମାନବନ୍ଦରେ ଚାକିରି କରାଇଦେବା ଦେଇ ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ। ଏହା ସହ ଟ୍ରାଭେଲ ଏଜେନ୍ସି ଖୋଲିବା ସହ ନକଲି ଆଇଡି ଜରିଆରେ ଅନଲାଇନ ବିମାନ ଏବଂ ଟ୍ରେନ ଟିକେଟ ବୁକ୍ କରୁଥିଲେ। ଚାକିରି ପାଇଁ ସେ ଯୁବକ-ଯୁବତୀଙ୍କୁ ନିଜର ୮ଟି ଆକାଉଣ୍ଟକୁ ପେଟିଏମ ଜରିଆରେ ୧,୦୦୦ଟଙ୍କା ଲେଖାଏଁ ପଠାଇବା ପାଇଁ କହୁଥିଲେ। ଏଭଳି କରି ସେ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବାର ଅଭିଯୋଗ ହୋଇଛି। ଡିସେମ୍ବର ୨ରେ ଏ ନେଇ ଦିଲ୍ଲୀର ଜଣେ ବାସିନ୍ଦା ଅଭିଯୋଗ କରିବା ପରେ ଭୁବନେଶ୍ବରରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ। ଦୁଇ ଦିନ ଧରି ରାଜେନ୍ଦ୍ରକୁ ଟ୍ରାକ କରିବା ପରେ ଆଜି ଧୁଷୁରୀ ପୁଲିସ ସହାୟତାରେ ରାଜେନ୍ଦ୍ରକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏ ନେଇ ଅଧିକ ତଥ୍ୟ ହାସଲ ପାଇଁ ରାଜେନ୍ଦ୍ରଙ୍କୁ ପଚରାଉଚରା କରାଯାଉଛି।

The post ୧କୋଟି ଟଙ୍କାର ଅନଲାଇନ ଠକେଇ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଭଦ୍ରକରେ ପହଞ୍ଚିଲା ଦିଲ୍ଲୀ ପୁଲିସ first appeared on Sambad.



from ଜିଲ୍ଲା – Sambad https://ift.tt/3mETZb8