
ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ପଞ୍ଚାୟତସ୍ଥିତ ମୁଗୁପଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗତକାଲି ସଂଧ୍ୟାରେ ଜଣେ ଚାଷୀ ନିଜ ବିଲରୁ ଧାନକାଟି ଫେରୁଥିବା ସମୟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ସେ ଫେରୁଥିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ କଚାଡ଼ି ମାରି ଦେଇଥିବା ସୂଚନା ରହିଛି।
ଚାଷୀ ଜଣକ ଯେତେ ବେଳେ ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ ବି ପାଇନଥିଲେ। ଆଜି ସକାଳୁ ଧାନ ବିଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ରାସ୍ତାରେ ରଖି ରସ୍ତା ଅବରୋଧ କରି କ୍ଷତିପୂରଣ ସହିତ ସ୍ଥାୟୀ ସମାଧାନ ଦାବି କରିଛନ୍ତି। ଆଜି ସକାଳ ୫ଟାରୁ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜର ଓ ଗଁଦିଆ ପୁଲିସ୍ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାଇବାରେ ଲାଗିଛନ୍ତି।
The post ଯୋରନ୍ଦା: ହାତୀ ଆକ୍ରମଣରେ ଚାଷୀ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ first appeared on Sambad.
from ଜିଲ୍ଲା – Sambad https://ift.tt/3mNxtwP
0 Comments