
ଫୁଲବାଣୀ: କନ୍ଧମାଳରେ ପୁଲିସ ଏନ୍କାଉଣ୍ଟର୍ରେ ନିହତ ମହିଳା କ୍ୟାଡ଼ର୍ ମାଓବାଦୀର ପରିଚୟ ମିଳିଲା ନାହିଁ। ଶବ ନେବାକୁ ପରିବାରରୁ ମଧ୍ୟ କେହି ଆସିଲେନି। ଶେଷରେ ନିୟମ ଅନୁଯାୟୀ ଶବକୁ ପୁଲିସ ଜଙ୍ଗଲରେ ପୋତି ଦେଇଛି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କୋଏରମାରୁ ପଞ୍ଚାୟତ ପାଦରପଡ଼ା ନିକଟ ଜଙ୍ଗଲରେ ଗତ ୧୧ ତାରିଖ ଅପରାହ୍ଣରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିଲା। ତା’ପାଖରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିଲା। କିନ୍ତୁ ଶବ ଚିହ୍ନଟ ପାଇଁ କେହିବି ନଆସିବାରୁ ପାଞ୍ଚ ଦିନ ପରେ ଏହାକୁ ପୋତି ଦିଆଯାଇଛି। ଓଡ଼ିଶା ରାଜ୍ୟ କମିଟି କେକେବିଏନ ସଂଗଠନର ୨୦ରୁ ୨୫ ଜଣ ମାଓବାଦୀ କ୍ୟାମ୍ପରେ ଥିବା ବେଳେ ସେମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍ ମାଓନେତା ଦସୁର୍ ଥିଲା।
ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ କମ୍ବିଂ ଅପରେସନକୁ ଜୋରଦାର ଚାଲିଛି ବୋଲି ଏସ.ପି ବିନୀତ ଅଗ୍ରୱାଲ କହିଛନ୍ତି। ବନ୍ଧୁକ ଛାଡ଼ି ଆତ୍ମସମର୍ପଣ କରିବାକୁ ସେ ମାଓବାଦୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ପୁଲିସ ଏନକାଉଣ୍ଟରରେ ୧୩ ମାଓବାଦୀଙ୍କ ମୃତ୍ୟୁ ହେଲାଣି। ଏହି ଦୃଷ୍ଟିରୁ ରକ୍ତମୁଖା ହୋଇ ପଡିଛନ୍ତି ମାଓବାଦୀ। କନ୍ଧମାଳରେ ବଡ଼ ଧରଣର ଘଟଣା ଘଟାଇବାକୁ ଯୋଜନା ଚଳାଇଥିବା ବେଳେ ପୁଲିସ ବାହିନୀ ଆହୁରି ଅଧିକ ସତର୍କ ରହିବା ଜରୁରୀ ହୋଇପଡ଼ିଛି।
The post ପରିବାର ଲୋକେ ଆସିଲେନି, ଅପରିଚିତ ମହିଳା ମାଓବାଦୀର ଶବ ପୋତିଲା ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/3p3J8IL
0 Comments