
ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ, ସ୍କୁଟି, ସାଇକଲ ସମେତ ଅନ୍ୟାନ୍ୟ ଆସବାବପତ୍ର ଜଳି ଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ପାଖ ପଡ଼ୋଶୀ ଘର ଅଳ୍ପକେ ବର୍ତ୍ତି ଯାଇଛି। ଘରେ ଥିବା ଦୁଇ ପରିବାରର କେହି ହତାହତ ହୋଇନାହାନ୍ତି। ବାସନ୍ତୀ କଲୋନି ଏଲ-୫୭ରେ ବ୍ୟବସାୟୀ ଦେବବ୍ରତ ମହାପାତ୍ର ପରିବାର ସହ ରହନ୍ତି। ତଳ ମହଲାକୁ ଜଣଙ୍କୁ ଭଡ଼ାରେ ଦେଇଥିଲେ, ନିଜେ ଉପର ମହଲାରେ ପରିବାର ସହ ରହୁଥିଲେ। ପରିବାର ସମ୍ପର୍କୀୟଙ୍କ ଘରକୁ ଯାଇଥିବାରୁ ଦେବବ୍ରତ ଏକାକୀ ରହୁଥିଲେl

ଗତକାଲି ବିଳମ୍ବିତ ରାତିରେ କାର ଗ୍ୟାରେଜରୁ ଧୂଆଁ ବାହାରୁଥିବା ଦେଖି ତଳ ମହଲାରେ ରହୁଥିବା ଭଡ଼ାଟିଆ ଘରୁ ବାହାରି ଆସି ପାଟି କରିଥିଲେ। ସେତେବେଳକୁ ନିଆଁ ଦୁଇ ମହଲା ଘରକୁ ବ୍ୟାପି ଯାଇଥିଲା। ଧୂଆଁ ଏତେ ଥିଲା ଯେ ଉପର ମହଲାରେ ରହୁଥିବା ଦେବବ୍ରତ ବାହାରି ନ ପାରି ଫସି ରହିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦେବବ୍ରତଙ୍କୁ ଉଦ୍ଧାର କରିଥିଲେl କାରର ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛିl
The post ବାସନ୍ତୀ କଲୋନିରେ ଅଗ୍ନିକାଣ୍ଡ: ଜଳିଗଲା କାର୍, ଦୁଇ ମୋଟରବାଇକ୍ ଓ ସ୍କୁଟି, ବର୍ତ୍ତିଗଲେ ଘର ମାଲିକ first appeared on Sambad.
from ଜିଲ୍ଲା – Sambad https://ift.tt/3rH2Snm
0 Comments